ଘରକୁ ଫେରୁଥିବା ରାସ୍ତାରେ ମହିଳାଙ୍କୁ ଆକ୍ରମଣ

Sep 22, 2025 - 17:04
Sep 22, 2025 - 17:05
 0  459
ଘରକୁ ଫେରୁଥିବା ରାସ୍ତାରେ ମହିଳାଙ୍କୁ ଆକ୍ରମଣ

ବାସୁଦେବପୁର (RNI) ଘରକୁ ଫେରୁଥିବା ସମୟରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ । ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଗୁଆଗଡିଆ ପଞ୍ଚାୟତ କମାରଗାଁ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । ଅଭିଯୋଗ ମୁତାବକ, ଏହି ଗ୍ରାମର ମେରମାନ ସାହାଜୀଙ୍କ ସ୍ତ୍ରୀ ମସଜିଦ ରାସ୍ତା ଦେଇ ନିଜକୁ ଘରକୁ ଫେରୁଥିବା ସମୟରେ ମିର୍ଜାପୁର ଗ୍ରାମର କେତେଜଣ ପୁରୁଷଲୋକ ଅଟକାଇ ଉଲଗ୍ନ କରିବା ପରେ ମହିଳାଜଣଙ୍କ ଚିତ୍କାର କରିଥିଲେ । ଫଳରେ ଆକ୍ରମଣକାରୀମାନେ ଜୀବନରୁ ମାରିଦେବା ଉଦେଶ୍ୟ ରଖି ମରଣାନ୍ତକ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ମହିଳାଙ୍କ ଆର୍ତ୍ତଚିତ୍କାରଶୁଣି ଆଖପାଖ ଲୋକ ରୁଣ୍ଡ ହେବା ସହିତ ମହିଳାଙ୍କ ସ୍ୱାମୀ ଓ ମଝିଆ ପୁଅ ଘଟଣାସ୍ଥଳରେ ପହଞ୍ଚିଥିଲେହେଁ ଆକ୍ରମଣକାରୀମାନେ ସେମାନଙ୍କୁ ଜୀବନରୁ ମାରିଦେବା ଉଦେଶ୍ୟରଖି ଆକ୍ରମଣ କରିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି ।

 ପରେ ଗୁରୁତର ମହିଳାଙ୍କୁ ପ୍ରଥମରେ ବାସୁଦେବପୁର ଡାକ୍ତରଖାନା ଓ ପରେ କଟକ ବଡମେଡିକାଲରେ ଚିକିତ୍ସିତ ହୋଇ ଫେରିଥିବା ଜାଣିବାକୁ ମିଳିଛି । ଏନେଇ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ କୁହନ୍ତି, ଏହି ଘଟଣାରେ ପୃଥକପୃଥକ ଅଭିଯୋଗ ଆସିଛି । ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0