ତାତିଲେ ଅଙ୍ଗନବାଡି କର୍ମୀ, ପୋଷଣ ନାମରେ ଅଙ୍ଗନବାଡି କର୍ମୀଙ୍କୁ ଶୋଷଣ କେଉଁ ନ୍ୟାୟରେ?

Aug 27, 2025 - 10:09
Aug 27, 2025 - 10:10
 0  2.6k
ତାତିଲେ ଅଙ୍ଗନବାଡି କର୍ମୀ, ପୋଷଣ ନାମରେ ଅଙ୍ଗନବାଡି କର୍ମୀଙ୍କୁ ଶୋଷଣ କେଉଁ ନ୍ୟାୟରେ?

ବାସୁଦେବପୁର (RNI) ଆଜି ବାସୁଦେବପୁର ଅଙ୍ଗନବାଡି କର୍ମୀମାନେ ମିଳିତ ଭାବରେ ଟାଉନହଲ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହିତ ସମନ୍ୱୀତ ଶିଶୁ ବିକାଶ ଯୋଜନା  ବିଭାଗ ଦପ୍ତର ସମ୍ମୁଖରେ ବିଭିନ୍ନ ନାରାବାଜୀ କରିଥିଲେ । ଅଙ୍ଗନବାଡୀ କର୍ମମାନଙ୍କ ସରକାରୀ କର୍ମଚାରୀ ମାନ୍ୟତା,ପ୍ରମୋସନ,ଇନକ୍ରୀମେଣ୍ଟଆଦି ପ୍ରଦାନ କରିବା ସହିତ ସମାନ କାମକୁ ସମାନ ଦରମା ପ୍ରଦାନ,ପୋଷଣ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆନୁସଙ୍ଗିକ ଯନ୍ତ୍ରାଂଶ ଯୋଗାଇ ଦେବା ସଂପର୍କରେ ନାରାବାଜୀ କରିଥିଲେ । ଏମିତି ଅଙ୍ଗନବାଡୀ କେନ୍ଦ୍ରମାନଙ୍କରେ ସୈାଚାଳୟ ଓ  ପିଇବା ପାଣିନଥିବାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସରକାର ପୋଷଣ କାର୍ଯ୍ୟକ୍ରମ ନାମରେ ଅଙ୍ଗନବାଡୀ କର୍ମଚାରୀମାନଙ୍କୁ ଶୋଷଣ କରିବା କେଉଁ ନ୍ୟାୟରେ ବୋଲି କହିଥିଲେ । ପରେ ଟାଉନହଲ ଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଏହି କ୍ରମରେ ଜିଲ୍ଲା ଉପସଭାନେତ୍ରୀ ପୁଷ୍ପାରାଣୀ ଲେଙ୍କା ଉପଦେଷ୍ଟା ଭାବରେ ରହିଥିବା ବେଳେ ସଭାନେତ୍ରୀ ସବିତାବାଳା ମହାନ୍ତି,ସଂପାଦିକା କମଳିନୀ ମଳିକ,କୋଷାଧ୍ୟକ୍ଷା ଚନ୍ଦ୍ରିକା ମହାପାତ୍ର,ମିନତୀ ନାୟକ,ସୁଷମା ପରିଡା,ଶକୁନ୍ତଳା ପଣ୍ଡା,ଅହଲ୍ୟା ଓଝା,ସୁଲୋଚନା ନାୟକ,ମଞ୍ଜୁଲତା ସାହୁ,ମଧୁସ୍ମିତା ରଣା,କଳ୍ପନା ଜେନା,ସଞ୍ଜୁବାଳା ନାୟକପ୍ରମୁଖଙ୍କୁ ନେଇ ନୂତନ କମିଟି ଗଠନ କରାଯାଇଥିଲା ।


Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1