ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

ନିଶା ଖାଇବାକୁ ଦେଇ ମାଡ଼ରେ ମାରିଦେଇଥିବା ଅଭିଯୋଗ, ଏହି ଘଟଣାରେ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବା ପୋଲିସ ସୂଚନା ଦେଇଛି ।

Friday, March 13, 2026 - 15:08
Updated: 5 months ago
0
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା

ବାସୁଦେବପୁର,୧୧/୩ : ସରିନଥିଲା ଶତୃତା । ସୁଯୋଗ ଓ ସମୟ ର ସଦୁପଯୋଗ କରି ଅନ୍ତରର ନିଆଁ କୁ ଶାନ୍ତ କରିବାକୁ ଚାହୁଁଥିଲା । ହୋଲି ରଙ୍ଗ ଖେଳର ସଂନ୍ଧ୍ୟାରେ ଶିକାର ଆପଣାଛାଏଁ ମଦ ନିଶାରେ ଶିକାରୀ ନିକଟରେ ପହଞ୍ଚିଥିଲା । ଶିକାରୀ ବି ନିଶାରେ ଥିଲେ, ଶିକାର ପହଞ୍ଚିବା ଉଦେଶ୍ୟ ସାଧନ ପାଇଁ ରାଜନୈତିକ ଆକ୍ରୋଶରୁ ମିଳିଥିଲା ପ୍ରତ୍ସାହନ ରାଶି ଓ ପ୍ରେରଣା । 

ଆର୍ତ୍ତୁଂ ଗ୍ରାମର ଖଗେନ୍ଦ୍ର ମହାନ୍ତିଙ୍କ ପୁଅ ବିଜୟ ମହାନ୍ତିଙ୍କ ମୃତ ଶରୀର ରାସ୍ତାର ବିଦ୍ୟାଳୟ ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ସମ୍ପର୍କରେ ଖବର ମିଳିବା ପରେ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ଆର୍ତ୍ତୁଂ ସଇଁନାଳୀ - ପଞ୍ଚାୟତ ରାସ୍ତା ରୁ ଉଦ୍ଧାର କରିବା ସ‌ହ ଚିହ୍ନଟ କରିଥିଲା। ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭକରି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଏବେ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଛି ।

 ସିସିଟିଭି ଫୁଟେଜ ରେ ମାଡ଼ ମାରିବା ପରେ ମଦ ପିଇବାକୁ ଦିଆଯାଉଥିଲା । ମାଡ଼ ମାରିବା ଓ ମଦ ପିଇବା ଭିତରେ ହଁ ଉଠିଯାଇଥିଲା ପ୍ରାଣବାୟୁ । ନିଜକୁ ଦୋଷମୁକ୍ତ କରିବାକୁ ରାସ୍ତାକଡ଼ରେ ମରଶରୀର ପକାଇବାକୁ ଯୋଜନା ରେ ସଫଳ ହେବା ପଛରେ ରାଜନୈତିକ ଅଭିସନ୍ଧି କୁ ନେଇ ଚର୍ଚ୍ଚା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User