ବିଜେଡିରେ ମିଶିଲେ ଚାଳିଶ ପରିବାର

Monday, May 6, 2024 - 21:07
Updated: 2 years ago
0
ବିଜେଡିରେ ମିଶିଲେ ଚାଳିଶ ପରିବାର

ବାସୁଦେବପୁର,6/5( RNI) : ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ସଶକ୍ତ ହେଉଛି ବିଜୁ ଜନତାଦଳ । ନବୀନ ପଟ୍ଟନାୟକଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକାଶଧାରାରେ ସାମିଲ ହୋଇଛନ୍ତି ଚାଳିଶ ପରିବାର । ବାସୁଦେବପୁର ବିଜେଡି କାର୍ଯ୍ୟାଳୟରେ ଆଜିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜେଡି ପ୍ରାର୍ଥୀ ବିଷ୍ନୁବ୍ରତ ରାଉତରାୟ ଓ ଦୁର୍ଗାଦତ୍ତ ରାଉତରାୟଙ୍କ ଉପସ୍ଥିତିରେ ମଙ୍ଗଳପୁର ପଞ୍ଚାୟତର ଚାଳିଶ ପରିବାର ଅନ୍ୟଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମଙ୍ଗଳପୁର ପଞ୍ଚାୟତର ପ୍ରମୋଦ ବାରିକ, ଲକ୍ଷ୍ମୀଧର ନାୟକ,ସମ୍ବୁନାଥ ନାୟକ, ଭିକାରୀଚରଣ ନାୟ. ଭାଗିରଥୀ ଦାସ,  ଚନ୍ଦନ ନାୟକ, ବିନୋଦ ନାୟକ, ପିତନାସ ପରିଡା, ରଞ୍ଜନ ନାୟକ, ସୁରେନ୍ଦ୍ର ବାରିକ, ମକରା ମାଝୀ,ଏସକେ ବାଗଦାଦ, ନରେତ୍ତମ ସାହୁ, ରାଜେନ୍ଦ୍ର ନାୟକ, ଦୟାନିଧୀ ବାରିକ,ଝଣ୍ଟୁଆ ମହାଳିକ,ରମେଶଶଚନ୍ଦ୍ର ସାହୁ, କୈଳାସ ମହାଳିକ, ଘନଶ୍ୟାମ ମହାଳିକ, ନୀରୋଦ ମହାଳିକ, କାଳନ୍ଦୀ ମହାଳିକ, ଗଙ୍ଗାଧର ମହାଳିକ, ଉମାକାନ୍ତ ମହାଳିକ, ଜୀବନ ନାୟକପ୍ରମୁଖ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଜିଲ୍‌ଲା ସାଧାରଣ ସଂପାଦକ କମଳାକାନ୍ତ ଲେଙ୍କା,ବିଜେଡିର ଜିଲ୍ଲା ଉପସଭାପତି ସୁରେନ୍ଦ୍ରପ୍ରସାଦ ନାୟକ, ଯୁବନେତା ଶଶଧର ମଲ୍ଲିକ, ସଂଗ୍ରାମକେଶରୀ ଦାସ, ଧର୍ମାନନ୍ଦ ବେହେରା, ବିପିନ ଦାସ ଓ ଅକ୍ଷୟକୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ନବାଗତ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉପଢୈାକନ ପ୍ରଦାନ ପୁର୍ବକ ସ୍ୱାଗତ କରିଥିଲେ । 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User