ଦୁର୍ନିତୀକୁ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ, ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବିଧାୟକ

Aug 13, 2025 - 20:16
Aug 13, 2025 - 20:17
 0  189

ବାସୁଦେବପୁର (RNI) ବାସୁଦେବପୁର ବ୍ଲକର ବିଭିନ୍ନ ପଞ୍ଚାୟତମାନଙ୍କରେ ହୋଇଥିବା ଜାଲିଆତି, ହେରାଫେରୀ ଓ ଦୁର୍ନିତୀକୁ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ପରି ଘଟଣା ଦେଖିବାକୁ ମିଳିଛି । ଏହାକୁ ନେଇ ମଙ୍ଗଳବାର ପୁର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାୟ ନିଜର କର୍ମୀ ଓ ସମର୍ଥକମାନଙ୍କୁ ନେଇ  ବ୍ଲକ ପରିସରର ବିଜେଡି ପକ୍ଷରୁ ଗଣଧାରଣା ଦେଇଥିଲେ । ଏହି ସମୟରେ  କାହା ଚାପରେ ବିଡିଓ ଏମିତି କରୁଛନ୍ତି ବୋଲି କହିବା ସହିତ ପରୋକ୍ଷ ଭାବରେ କଂଗ୍ରେସ ବିଧାୟକଙ୍କ ଉପରେ ଆରୋପ କରିଥିଲେ । ଅରଣ୍ଡୁଆ,ସୁଦର୍ଶନପୁର,ଆର୍ତ୍ତୁଂ,ବାଲିମେଦ,ନରସିଂପୁରପ୍ରଭୃତି ପଞ୍ଚାୟତରେ ଏହିପରି ଅଭିଯୋଗ ରହିଛି ବୋଲି କହିଥିଲେ । ଧାରଣାର ଦିନକ ପରେ ଆଜି ବାସୁଦେବପୁର ବିଧାୟକ ତଥା ବିରୋଧୀ କଂଗ୍ରେସ ଦଳର ଉପନେତା ଅଶୋକକୁମାର ଦାସ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।ଏହି ଅବସରରେ ନିଜର କର୍ମୀମାନଙ୍କୁ ସାଥିରେ ନେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ପୁର୍ବତନ ବିଧାୟକ ସେମାନଙ୍କ ସମର୍ଥକମାନଙ୍କୁ ନେଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ହେରାଫେରୀ, ଜାଲିଆତି ଓ ଦୁର୍ନିତୀକୁ ନେଇ ଗଣଧାରଣା ପରି ପଦକ୍ଷେପକୁ ସ୍ୱାଗତ ଜଣାଇବା ସହିତ ପୁର୍ବତନ ବଧାୟକଙ୍କ ସମୟରେ ହୋଇଥିବା ଜାଲିଆତିର  ନଗ୍ନ ନମୂନା ଅରଣ୍ଡୁଆ ପଞ୍ଚାୟତର କମ୍ୟୁନିଟି ସେଣ୍ଟର ବୋଲି କହିଛନ୍ତି । ଭୋଟବ୍ୟାଙ୍କ ପାଇଁ ରାଜନିତୀ ନକରି ବିକାଶ ଓ ଗଠନମୂଳକ ପଦକ୍ଷେପ ତଥା ସ୍ୱଚ୍ଚତା ବଜାୟ ରଖିବା ପାଇଁ ଜନପ୍ରତିନିଧୀମାନଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ସଜାଗ ରହିବାକୁ ପଡିବ ବୋଲି କହିଛନ୍ତି । ଯେଉଁମାନେ ହେରାଫେରୀ, ଜାଲିଆତି ଓ ଦୁର୍ନିତୀରେ ଲିପ୍ତ ରହିବେ ସେମାନେ ଯେଉଁ ରାଜନୈତିକ ଦଳର ହୁଅନ୍ତୁନା କାହିଁକି ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ବିରସ,ବରଣ୍ଡୁଆ,ସୁଦର୍ଶନପୁର,ଅରଣ୍ଡୁଆ ପ୍ରଭୃତି ପଞ୍ଚାୟତମାନଙ୍କରେ ଏହିପ୍ରକାର ଦୁର୍ନିତୀ ବଢିବାରେ ଲାଗିଛି ବୋଲି କହିଛନ୍ତି ।

Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0