ପୋଷ୍ଟର ଲଗାଇବାରୁ ଭୁଜାଲିରେ ଆକ୍ରମଣ

Monday, May 20, 2024 - 16:31
Updated: 2 years ago
0

ଭଦ୍ରକ (RNI ) : ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ହିଂସା ଧରରେ ଧିରେ ବଢିବାରେ ଲାଗିଛି ।  ପୋଷ୍ଟର ଲଗାଇବାକୁ ନେଇ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ବାସୁଦେବପୁର ପୈାରପାଳିକାର ପାଞ୍ଚ ନମ୍ବର ୱାର୍ଡରେ ସତ୍ୟକାନ୍ତ ନାୟକ ନିଜ ବାଡିରେ ପୋଷ୍ଟର ଲଗାଇବା ସହିତ ନିଜ ସମର୍ଥିତ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ବ୍ୟାନର ଲଗାଇଥିଲେ । ଯାହାକୁ ନେଇ ବିଜେପି କାଉନସିଲର ଜଣକ ନିଜର ସମର୍ଥକମାନଙ୍କୁ ନେଇ  ସତ୍ୟକାନ୍ତଙ୍କୁ ବିଭିନ୍ନ ମାରଣାସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଲିଖିତି ଆସିବା ପରେ ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ଆକ୍ରମଣକାରୀ କାଉନସିଲରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।


Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB2

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User