ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

Wednesday, February 21, 2024 - 18:46
Updated: 3 years ago
0

ବାସୁଦେବପୁ  : ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ବିଭିନ୍ନ ପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ଗୋବିନ୍ଦପୁର,ନାଇକାଣିଡିହ,କରଞ୍ଜଆଡିଆ ଓ ଆନ୍ଦୋଳା ପଞ୍ଚାୟତରେ ଆୟୋଜିତ ଶିବିରରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ନୁବ୍ରତ ରାଉତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ରପ୍ରସାଦ ବିଶ୍ୱାଳ, ବିଧାୟକ ପ୍ରତିନିଧୀ ଅସିତକୁମାର ଦାଶ, ସାଂସଦ ପ୍ରତିନିଧୀ ସୁରେଶଚନ୍ଦ୍ର ମହାନ୍ତି, ବିଡିଓ ସଞ୍ଜିବ କୁମାର ସାହ୍ରୁମୁଖ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ଗୁଆଗଡିଆ ପଞ୍ଚାୟତର ଚିରଳ ଠାରେ ଆୟୋଜିତ ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ, ବିଡିଓ ସଞ୍ଜିବକୁମାର ସାହୁ,କେଶବ ରାଉତ,ପ୍ରତାପ ମଲ୍ଲିକ, ଫକିର ମଲ୍ଲିକ,ପୁର୍ବତନ ସରପଞ୍ଚ ହରେକୃଷ୍ନ ସେଠୀ,ପୁର୍ଣ୍ଣଚନ୍ଦ୍ର ମଳ୍ଲିକ,ରଶ୍ମିରଞ୍ଜନ ନାୟକପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ପରମେଶ୍ୱର ନାୟକ, ହରେକୃଷ୍ନ ସେଠୀ,ପାର୍ଥସାରଥୀ ବାରିକ,ସତ୍ୟଜିତ ନାୟକ, ହରିହର ବାରିକପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ପଞ୍ଚାତରେ ସଚେତନତା ଶିବିର ସମୟରେ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ ସହିତ ପଞ୍ଚାୟତର ବିକାଶ ପୁସ୍ତିକା ଲୋକାର୍ପଣ କରାଯାଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User