କୋଷ୍ଠକେନାଲ ପୁନଃରୁଦ୍ଧାର ଓ ଶହୀଦପୀଠର ଉନ୍ନତିକରଣ ଦାବୀ ଉଠାଇଲେ ବିଧାୟକ
ଭଦ୍ରକ (RNI) ବ୍ରିଟିଶ ଶାସନ କାଳରେ ବ୍ୟବହୃତ କୋଷ୍ଠକେନାଲର ପୁନଃରୁଦ୍ଧାର ଓ ଦେଶପାଇଁ ବଳିଦାନ ଦେଇଥିବା ଶହୀଦମାନଙ୍କ ସମାଧୀପୀଠର ଉନ୍ନତିକରଣ ଦାବୀ ପ୍ରସଙ୍ଗ ଉଠାଇଲେ ବାସୁଦେବପୁର ବିଧାୟକ ଅଶୋକକୁମାର ଦାସ । ଆଜି ଭଦ୍ରକଗସ୍ଥରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଗସ୍ଥ ସମୟରେ ଆୟୋଜିତ ଉତ୍ସବରେ ୨୭୪ କୋଟି ଟଙ୍କା ବ୍ୟୟରେ ୧୩ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଉତ୍ସବରେ ଯୋଗଦେଇ ନିଜ ଅଞ୍ଚଳର ଦାବୀକୁ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶି ସୁରଜ,ସାଂସଦ ଅଭିମନ୍ୟୁ ସେଠୀ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବ ସଂପନ୍ନ ହୋଇଥିଲା । ତେବେ କୋଷ୍ଠକେନାଲ ପୁନଃରୁଦ୍ଧାର ଓ ଶହୀଦ ପିଠର ଉନ୍ନତି କରଣ କେବେ ହେବ ତାହା ଦେଖିବାକୁ ବାକି ରହିଲା ।
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0

