କଂଗ୍ରେସରୁ ଅଶୋକ, ବିଜେପିରୁ ବାଣିକଲ୍ୟାଣଙ୍କ ନାମାଙ୍କନ ଦାଖଲ

Friday, May 10, 2024 - 20:00
Updated: 2 years ago
0

ଭଦ୍ରକ  ୧୦/୫ (RNI) : ସାଧାରଣ ନିର୍ବାଚନ କୁ ନେଇ ବାସୁଦେବପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି ନାମାଙ୍କନ ପତ୍ର ଦାଖଲ ହୋଇଛି । ନାମାଙ୍କନ ପତ୍ର ଦାଖଲକୁ ନେଇ ବିଜେପି ପକ୍ଷରୁ ଏକ ପଟୁଆର ଶୋଭାଯାତ୍ରାରେ ବାହାରି ବାସୁଦେବପୁର ସହର ପରିକ୍ରମା କରିଥିଲା । ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତିଙ୍କ ନାମାଙ୍କନପତ୍ର ଦାଖଲ ଅବସରରେ ଅସନ୍ତୁଷ୍ଟ ବିଜେଡି କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା ।ସେହିପରି କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାଶ ନିଜର କର୍ମୀ ଓ ସମର୍ଥକଙ୍କ ସହିତ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଅପରପକ୍ଷରେ ଆସନ୍ତା ତେର ତାରିଖରେ   ଯାଦବପଡିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି  ବାସୁଦେବପୁର ସହର ପରିକ୍ରମା କରିବା ପରେ ଭଦ୍ରକବାଇପାସ୍ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ପଟୁଆର ରେ ବିଜେଡି ବିଧାୟକ ପ୍ରାର୍ଥୀ  ବିଷ୍ଣୁବ୍ରତ ରାଉତରାୟ  ନାମାଙ୍କନ ପତ୍ର ଦାଖଲ  କରିବେ ବୋଲି ଜାଣିବାକୁ ମିଳିଛି ।ସେହିପରି ବିଜେଡି ସାଂସଦ ପ୍ରାର୍ଥିନୀ ବାସୁଦେବପୁରର ବୋହୁ ମଞ୍ଜଲତା ମଣ୍ଡଳ ଆଜି ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଧାମନଗରର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ,ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ,ବାସୁଦେବପୁରବିଧାୟକ ପ୍ରାର୍ଥୀ ବିଷ୍ନୁବ୍ରତ ରାଉତରାୟପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User