ବରପଦା ଇଂଜିନିୟରିଂ କଲେଜର ୪୧ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ 

Sunday, February 18, 2024 - 17:12
Updated: 3 years ago
0
ବରପଦା ଇଂଜିନିୟରିଂ କଲେଜର ୪୧ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ 


ଭଦ୍ରକ : ବରପଦା ଇଂଜିନିୟରିଂ କଲେଜର ୪୧ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚଳିତବର୍ଷ ୨୦୨୪ ଫେବୃୟାରୀ ୧୬ ଓ ୧୭ ଦୁଇଦିନ ଧରି ମହାଆଡମ୍ବରରେ ପାଳନ କରାଯାଇଅଛି । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବରେ ବି.ଆଇ.ଇ.ଟି. ର ଅଧ୍ୟକ୍ଷ ପ୍ର.(ଡ.) ମୋହନ ଚରଣ ପଣ୍ଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ପରେ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ବି.ଏସ୍‌.ଇ.ଟି. ସୋସାଇଟିର ସମ୍ପାଦକ ଇଂ. ମିହିର କୁମାର ମହାନ୍ତି, ଏମ୍‌.ବି.ଏ. ଅଧ୍ୟକ୍ଷ ପ୍ର.(ଡ.) ପ୍ରସନ୍ନ କୁମାର ଜେନା, ଡିପ୍ଲୋମାର ଅଧ୍ୟକ୍ଷ ଇଂ. ଗଙ୍ଗାଧର ଧଳ ଏବଂ ସବୁ ବିଭାଗର ଏଚ.ଓଡି ମାନେ ଉପସ୍ଥିତ ଥିଲେ । ଦୀର୍ଘ ୨ଦିନ ବ୍ୟାପି କ୍ରୀଡା ଉତ୍ସବରେ କ୍ରୀଡା ବିଭାଗ ଦାୟିତ୍ୱରେ ଥିବା ପ୍ରଫେସର ଇନ୍‌ଚାର୍ଜ ଡ. ଜ୍ଞାନେନ୍ଦ୍ର କୁମାର ପଣ୍ଡା, ସହକାରୀ ପ୍ରଫେସର ଇନ୍‌ଚାର୍ଜ ଇଂ. ମନୋଜ କୁମାର ବରାଳ, ଉକ୍ତ କଲେଜର ପି.ଇ.ଟି. ସେକ୍ ନାସିର ଅଲ୍ଲୀ ଓ ଲେଡି ପି.ଇ.ଟି. ଶୁଭଶ୍ରୀ ନାୟକ ଏବଂ ନିମନ୍ତ୍ରିତ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକମାନେ ଯଥା ବସନ୍ତ କୁମାର ମହଲା, ନିରଞ୍ଜନ ବିଶ୍ୱାଳ, ଲୋକନାଥ ରାଉତ, ସେକ୍ ସଲିମ୍‌, ସେକ୍ ରିଆଜ ଓ ବିଭିନ୍ନ କ୍ରୀଡା ଦାୟିତ୍ୱରେ ଥିବା ଅଫିସିଆଲ୍‌ସ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଗୁଡିକୁ ସୂଚାରୁ ରୂପେ ପରିଚାଳନା କରାଯାଇଥିଲା । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସଫଳ ରୂପାୟନ ଦେବାପାଇଁ ପଡିଆରେ ଦୀର୍ଘ ୨ଦିନ ଧରି ସମସ୍ତ କର୍ମଚାରୀ ଓ ସବୁ ବିଭାଗର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଉଦ୍‌ଯାପନ ଉତ୍ସବରେ ସୋସାଇଟିର ସମ୍ପାଦକ ଏବଂ ବି.ଆଇ.ଇ.ଟି. ର ଅଧ୍ୟକ୍ଷ କ୍ରୀଡା ପତାକାକୁ ଅବତରଣ କରି ଉତ୍ସବକୁ ଶେଷକରିବା ଅବସରରେ ବାଳକ ବିଭାଗରେ ହୋଇଥିବା ଚମ୍ପିୟାନ୍ ନାରାୟଣ ହୋ, ପ୍ରଥମ ବର୍ଷ ଇଲେକ୍ଟ୍ରିସିଆ ଟ୍ରେଡ (ଆଇ.ଟି.ଆଇ) ଏବଂ ବାଳିକା ବିଭାଗରେ ସୁଇଟସ୍ ସ୍ମିତା ଯେନା, ତୃତୀୟ ବର୍ଷ ଆଇ.ଟି. (ଡିଗ୍ରୀ)ଙ୍କୁ ଚମ୍ପିୟାନ୍ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User