ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ଯୋଗଦେଇ ବିଜୁସେତୁ ଯୋଜନାର ଶିଳାନ୍ୟାସ 

Sunday, February 18, 2024 - 17:37
Updated: 3 years ago
0

ବାସୁଦେବପୁର : ଗୁଆଗଡିଆ ପଞ୍ଚାୟତର ଚିରଳ ଠାରେ ଆୟୋଜିୟ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ବାସୁଦେବପୁର ବିଧାୟକ ବିଷ୍ନୁବ୍ରତ ରାଉତରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୀନବନ୍ଧୁ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ, ବିଡିଓ ସଞ୍ଜିବକୁମାର ସାହୁ,କେଶବ ରାଉତ,ପ୍ରତାପ ମଲ୍ଲିକ, ଫକିର ମଲ୍ଲିକ,ପୁର୍ବତନ ସରପଞ୍ଚ ହରେକୃଷ୍ନ ସେଠୀ,ପୁର୍ଣ୍ଣଚନ୍ଦ୍ର ମଳ୍ଲିକ,ରଶ୍ମିରଞ୍ଜନ ନାୟକପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ପରମେଶ୍ୱର ନାୟକ, ହରେକୃଷ୍ନ ସେଠୀ,ପାର୍ଥସାରଥୀ ବାରିକ,ସତ୍ୟଜିତ ନାୟକ, ହରିହର ବାରିକପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଏଡତାଳ  ମନ୍ଦିର ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ବିଧାୟକଙ୍କ ସମେତ, ବିଡିଓ ଶ୍ରୀ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦାସ ଯୋଗଦେଇଥିଲେ । ଏହି ଅବସରରେ ଉମେଶଚନ୍ଦ୍ର ପଲାଇ,ସରପଞ୍ଚ ଜୟଶ୍ରୀ ପଲାଇ, ସମିତିସଭ୍ୟା ବିମଳକିଶୋର ପଲାଇପ୍ରମୁଖ ମଞ୍ଚାସୀନ ଥିବା ବେଳେ  ଅମରେନ୍ଦ୍ର ପଲାଇ,ଧର୍ନୁଜୟ ପଲାଇ,ବିଜୟ ପଲାଇ,ନିରାକାର ନାୟକ, ସଦାନନ୍ଦ ସାହୁ, ଟୁକୁ ନାୟକପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପରେ ଲୁଙ୍ଗା ଠାରେ ଆୟୋଜିତ ଶିବିରରେ ବିଧାୟକଙ୍କ ସମେତ ବିଡିଓ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ,ଶ୍ରୀ ଦାସପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ରାଉତରାୟ ବଡକିଆରୀ ଠାରେ ବିଜୁସେତୁ ଯୋଜନାରେ ୪କୋଟି ୯୮ଲକ୍ଷ ଅଣାନବେ ହଜାରଟଙ୍କା ବ୍ୟୟ ବରାଦରେ ଗଣିଆଶାଖା ନଦୀ ଉପରେ ପ୍ରସ୍ଥାବିତ ପ୍ରକଳ୍ପର ଶିଳନ୍ୟାସ କରାଯାଇଥିଲା । ସରପଞ୍ଚ ଲଳିତା ମଳିକ, ସମତିସଭ୍ୟା ମଞ୍ଜୁଲତା ସେଠୀପ୍ରମୁଖ ମଞ୍ଚାସୀନ ଥିବା ବେଳେ ଦେବଦର୍ଶର୍ନ ଦାଶ ଶିବିର ପରିଚାଳନା କରିଥିଲେ । ଶେଷରେ ଶରତ ମଳିକ ଧନ୍ୟବାଦ ଦେଇଥିଲେ । 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User