ଗହ୍ମାପୂର୍ଣ୍ଣିମାରେ ଜନ୍ମବେଦୀରେ ଧୂମଧାମରେ ପାଳିତ ଅନନ୍ତବଳଦେବ ଜନ୍ମୋତ୍ସବ
ବାସୁଦେବପୁର,୯/୮(ସ.ପ୍ର୍ର) (RNI) ଗହ୍ମାପୂର୍ଣ୍ଣିମା ଅବସରରେ ଅନନ୍ତବଳଦେବଙ୍କ ଜନ୍ମ ଉତ୍ସବ ବେଶ ଆଡମ୍ବର ସହକାରେ ପାଳିତ ହୋଯାଇଛି । ଏହି ଅବସରରେ ସୋରୋ ଗୁଡସ୍ଥିତ ଅନ ବଳଦେବଙ୍କ ଜିୟୁଙ୍କ ମନ୍ଦିରରୁ ଶ୍ରଦ୍ଧାଳୁମାନଙ୍କ ଭକ୍ତିପୁର୍ଣ୍ଣ ଭାବାବେଗ ପରିବେଶରେ ଅନନ୍ତବଳଦେବଙ୍କ ବିଗ୍ରହକୁ ଜନ୍ମବେଦୀ ଆର୍ତ୍ତୁଂସ୍ଥିତ ଝୁଲଣ ମନ୍ଦିର କୁସୁମାପୋଖରୀ କୂଳକୁ ଆସିଥିଲେ । ସେଠାରେ ଦୈନିକ ବୈଦିକ ରିତିନିତୀ ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଭାତ ଆଳତୀ ପରେ ମନ୍ଦିରରୁ ବାହାରିଥିବା ବିହଗ୍ରହଙ୍କ ମନ୍ଦିର ବୋୟତମାନଙ୍କ ଦ୍ୱରା ମଧ୍ୟାହ୍ନ ଓ ସଂନ୍ଧ୍ୟା ଆଳତୀ ବେଶ ଦେଖିବାକୁ ଶ୍ରଦ୍ଧାଳୁମାନଙ୍କ ଭିଡ ବେଶ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁମାନଙ୍କ ସମାଗମକୁ ନେଇ ଆୟୋଜକ କମିଟି ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ନାୟକ,ଗୈାତମ ସେଠୀ, ଶିବାଜୀ ନାୟକ, ନିରଞ୍ଜନ ସନ୍ଧିବିଗ୍ରହ, ଶଶିକାନ୍ତ ରାଉତ, ରତିକାନ୍ତ ପାଣିଗ୍ରାହୀ, ରମାକାନ୍ତ ବେହେରାପ୍ରମୁଖ ପରିଚାଳନାରେ ସହଯୋଗ କରିଥଲେ । ଏଠାରେ ସୂଚନା ଦିଆଯାଇପାରେ, ଅନନ୍ତବଳଦେବଙ୍କ ବିଗ୍ରହ କୁସୁମା ପେଖରୀରୁ ନିଜ ଲୀଳାଖେଳା ଅରମ୍ଭ କରିଥିବା ବେଳେ କାଏଦା ପ୍ରଗଣାର ମଙ୍ଗରାଜଙ୍କୁ ସ୍ୱପ୍ନାଦେଶ ହୋଇ ସେହି ଦିନଠାରୁ ଗୁଡସ୍ଥିତ କୁଶକ୍ଷେତ୍ରରେ ବିଜେ କରିଛନ୍ତି । ମାତ୍ର ବର୍ଷକୁ ଥରୁଟିଏ ନିଜ ଜନ୍ମଦେବୀକୁ ଆସୁଥିବାରୁ ଜନ୍ମବେଦୀରେ ଦର୍ଶନପାଇଁ ସ୍ରଦ୍ଧାଳୁମାନଙ୍କ ଭିଡ ପରିଲକ୍ଷିତ ହୋଇଥାଏ । ଦେବୋତ୍ତର ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଦାନ ଯୋଗାଇ ଦେବାକୁ ଶ୍ରଦ୍ଧାଳୁମାନଙ୍କ ଦାବୀ ହେଉଛି ।
Follow RNI News Channel on WhatsApp: https://whatsapp.com/channel/0029VaBPp7rK5cD6X
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0

