ବଦଳୁଛି ଗୁରୁ ଶିଷ୍ୟର ପରମ୍ପରା

Sunday, February 25, 2024 - 18:55
Updated: 3 years ago
0
ବଦଳୁଛି ଗୁରୁ ଶିଷ୍ୟର ପରମ୍ପରା

ବାସୁଦେବପୁର : ବଦଳୁଛି ଗୁରୁ ଶିଷ୍ୟର ପରମ୍ପରା । ପିଲାବେଳର ଗୁରୁଙ୍କ ଛାଟ ଭୟରେ ଯେଉଁ ବିଦ୍ୟାର୍ଥୀ ନିଜର ପାଠପଢାରେ ମନୋନିବେଶ କରିଛି, ସିଏହିଁ ସଫଳତା ପାଇ ପାରିଛି । ଗୁରୁଙ୍କ ପ୍ରତି ଥିବା ଭୟରୁ ଭକ୍ତିର ତପ୍ତି ଆଜି ଆଣିଦେଇଛି ସଫଳତା । ମାତ୍ର ଏବେକାର ବିଦ୍ୟାୟତ୍ତନ ଦଣ୍ଡମୁକ୍ତ ଅଞ୍ଚଳକୁ ଅଣ୍ଡାଯୁକ୍ତ ଖାଦ୍ୟ ଆଣିଦେଇଛି ଭିନ୍ନ ଏକ ପରିବର୍ତ୍ତନ ବୋଲି ବାସୁଦେବପୁର ସହର ଉପକଣ୍ଠ ରାମକୃଷ୍ନ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ପ୍ରଧାନ ଆଚାର୍ଯ୍ୟ ଧିରେନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଉପସ୍‌ଥିତ ଅତିଥିମାନେ ମତପୋଷଣ କରିଛନ୍ତି । ଏହି ଅବସରରେ ଫକିରମୋହନ ବିଶ୍ୱ ବିଦ୍ୟାଳୟର ସେବାନିବୃତ କୁଳପତି କୁମରବର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅଟଳବିହାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୂର୍ଯ୍ୟମଣୀ ଶତପଥୀ ଓ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ବେହେରା ଯୋଗଦେଇ ଶିକ୍ଷା, ଶିକ୍ଷାଦାନ,ଛାତ୍ରଛାତ୍ରୀମାନଙ୍କ ଉଦେଶ୍ୟରେ ବହୁମୂଲ୍ୟ ମତ ଉପସ୍ଥାପନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାରିକ ସ୍ୱାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସେବାନିବୃତ ଶିକ୍ଷକ ପୁରୁଷୋତ୍ତମ ନାୟକ, ଯୁବ କଣ୍ଠଶିଳ୍ପୀ ଜିତେନ୍ଦ୍ର ମହାକୁଡ,ଆଚାର୍ଯ୍ୟା ମିନତିମଣୀ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ତପନ ବାରିକ ଧନ୍ୟବାଦ ଦେଇଥିବା ସହିତ ଶେଷରେ ବିଦ୍ୟାନିକେତନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାନିକେତନର ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟା, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।  

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User