ପ୍ରବାସୀ ଶ୍ରମିକଙ୍କ ଆଇନ୍ ସଚେତନତା ଶିବିର

Monday, February 19, 2024 - 18:14
Updated: 3 years ago
0
ପ୍ରବାସୀ ଶ୍ରମିକଙ୍କ ଆଇନ୍ ସଚେତନତା ଶିବିର

ଭଦ୍ରକ :  ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ତରଫରୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ, ଶ୍ରୀମତୀ ନେହା ଅଗ୍ରୱାଲ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ନିରାକାର ଜେନା, ସଭାପତି, ଭଦ୍ରକ ବାରସଂଘ, ଭଦ୍ରକ, ଡଃ ତାପସ କୁମାର ମହାନ୍ତି, ପେନାଲ ଓକିଲ, ଭଦ୍ରକ, ପ୍ରେମ ମଞ୍ଜରୀ ନାୟକ, ଶ୍ରମିକ ଇନ୍‌ସପେକ୍ଟର, ଭଦ୍ରକ, ସହାୟକ ଶ୍ରମିକ ଅଧିକାରୀ ଗଣ, ପ୍ରତ୍ୟୁଷ କୁମାର ବେହେରା, ଲୋକନାଥ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଜରିଆରେ ୧୨ ଜଣ ଶ୍ରମିକଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୁଶଳୀ ଏବଂ ଅଣ କୁଶଳୀ ତଥା ଅଣ-ସଂଗଠିତ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇନ୍ ଏବଂ ସହାୟତା ସଂପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଲିଗାଲ ସ୍ୱେଚ୍ଛାସେବୀ ଅନ୍ନପୂର୍ଣ୍ଣା ସାହୁ, ଉର୍ମିଳା ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User