ଫୁଲୁଛି ଗମେଇ: ସୁଦର୍ଶନପୁର ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ, ଜଳବନ୍ଦୀ ପରିବାରକୁ ଭେଟିଲେ ବିଧାୟକ

(ବିଶ୍ବଜିତନାଥ)

Wednesday, October 30, 2024 - 09:25
0

ଭଦ୍ରକ (RNI) ବାତ୍ୟା ଦାନା ଦାନବ ଠାରୁବି ବଳିଯାଇଛି । ବାତ୍ୟାରେ କ୍ଷତିଗ୍ରସ୍ଥ ପରିବାର ସରକାରୀ ସହାୟତାକୁ ଚାହିଁ ବସିଥିବା ବେଳେ ୨୮ତାରିଖ ଭୋର ସମୟରୁ ପାଲଟିଛନ୍ତି ଜଳବନ୍ଦି । ଉପରମୁଣ୍ଡରେ ଅତିପ୍ରବଳ ବର୍ଷା କାରଣରୁ ଏବେ ଗମେଇ ନଦୀ ଫୁଲିବାରେ ଲାଗିଛି । ଫଳରେ ତଳିଆ ଅଞ୍ଚଳରେ ଏବେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି । ସୁଦର୍ଶନପୁର- ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ଦୁଇ ପଞ୍ଚାୟତ ସମେତ ଲୁଙ୍ଗା ପଞ୍ଚାୟତର ବଡକିଆରି, ମହୁଜୋରୀ,ନରସିଂହପୁର ପଞ୍ଚାୟତ ଓ ବାସୁଦେବପୁର ପୌରପାଳିକାର କୋଡିଏ ନମ୍ବର ଓ୍ବାର୍ଡ ବଳିବିନ୍ଧା ଗ୍ରାମର ପାଖାପାଖି ତିନିଶହ ଜଳବନ୍ଦି ଭାବରେ ରହିଛନ୍ତି । ଧାନକ୍ଷେତରେ ବନ୍ୟାଜଳ ମାଡିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଧାନଚାଷ କରିଥିବା ଚାଷି ,ଚାଷ ଉଜୁଡିଯାଇଥିବା ବେଳେ ବାତ୍ୟା ପରେ ବନ୍ୟା ବେଢି ଉପରେ କୋରଡାମାଡ ସଦୃଶ  ପାଲଟିଛି ।  ଖବରପାଇ ବାସୁଦେବପୁର ବିଧାୟକ ଅଶୋକକୁମାର ଦାଶ,ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ବନ୍ୟାପିଡିତ ପରିବାରକୁ ଭେଟି ତୁରନ୍ତ ସରକାରୀ ସହାୟତା ଯୋଗଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବଳିବିନ୍ଧା ଗ୍ରାମରେ ବନ୍ୟା ପିଡିତ ପରିବାରଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣ କରାଯାଇଛି ।

1:- କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ କୁମାର ଦାଶଙ୍କ ବାଇଟ ସହିତ
2:-ନଗେନ୍ଦ୍ର ପ୍ରସାଦ ବିଶ୍ବାଳ,ଅଧ୍ୟକ୍ଷ ବାସୁଦେବପୁର ପଞ୍ଚାୟତ ସମିତି
3:- ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ


Follow   RNI News Channel on WhatsApp: https://whatsapp.com/channel/0029VaBPp7rK5cD6XB

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
RNI News

Reportage News International (RNI) is India's growing news website which is an digital platform to news, ideas and content based article. Destination where you can catch latest happenings from all over the globe Enhancing the strength of journalism independent and unbiased.

Comments (0)

User