ତୃପ୍ତି ଡିଗ୍ରୀ କଲେଜରେ ଇତିହାସ ବିଭାଗର ସେମିନାର

Friday, February 23, 2024 - 19:26
Updated: 3 years ago
0
ତୃପ୍ତି ଡିଗ୍ରୀ କଲେଜରେ ଇତିହାସ ବିଭାଗର ସେମିନାର

ବାସୁଦେବପୁର : ବାସୁଦେବପୁର ସହର ଉପକଣ୍ଠ ତୃପ୍ତି ଡିଗ୍ରୀ କଲେଜ  ଇତିହାସ ବିଭାଗର ସେମିନାର ଅଧ୍ୟକ୍ଷା ଅଳକାନନ୍ଦା ପାଣିଗ୍ରାହୀ ଅଧ୍ୟକ୍ଷତାରେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବାଲିଖଣ୍ଡ କଲେଜ ଅଧ୍ୟକ୍ଷ ବସନ୍ତ କୁମାର ବେହେରା ଯୋଗଦେଇଥିବା ବେଳେ ଅଧ୍ୟାପକ ରମାକାନ୍ତ ଦାସ,ପରିଚାଳନା କମିଟି ସଭାପତି ବସନ୍ତକୁମାର ପାଢୀ,ଅଧ୍ୟାପିକା ସୋନାଲି ଅପରାଜିତା ମହାନ୍ତି, ଅଧ୍ୟାପକ ନିରୋଦ କୁମାର ଯେନା,ଅଧ୍ୟାପିକା ପଙ୍କଜିନୀ ଦାସପ୍ରମୁଖ ସମ୍ମାନୀତ ଅତିଥି ବାବରେ ଯୋଗଦେଇ ଥିଲେ । ଭାରତଛାଡ ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଭୂମିକା ଉପରେ ଛାତ୍ରୀମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଡିଗ୍ରୀ କଲେଜର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User