ଜିଲ୍ଲାର ୩୫ଟି କେନ୍ଦ୍ରରେ ଚାଲିଛି +୨ ପରୀକ୍ଷା

Monday, February 19, 2024 - 18:21
Updated: 3 years ago
0
ଜିଲ୍ଲାର ୩୫ଟି କେନ୍ଦ୍ରରେ ଚାଲିଛି +୨ ପରୀକ୍ଷା

ଭଦ୍ରକ ;  ରିଖ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା +୨ ପରୀକ୍ଷା ପାଇଁ ଭଦ୍ରକ ଜିଲ୍ଲାରେ ୩୫ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି । ଏଥିପାଇଁ ୫ଟି ପ୍ରଶ୍ନପତ୍ର କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବି.ଏନ୍‌.ଏମ୍‌. କଲେଜ, ପାଳିଆ, ଧାମନଗର କଲେଜ, ଅଟଳ ବିହାରୀ କଲେଜ, ବାସୁଦେବପୁର ଏବଂ ଆଗରପଡ଼ା କଲେଜ ଏହି ୫ଟି କଲେଜରେ ପ୍ରଶ୍ନପତ୍ର ହବ୍ କରାଯାଇଛି । ଏହି ୫ଟି କେନ୍ଦ୍ର ପାଇଁ ବି.ଡ଼ି.ଓ. ମାନଙ୍କୁ ସ୍ୱତନ୍ତ୍ର ଅଫିସର ଭାବେ ନିୟୋଜିତ କରାଯାଇଛି । ୩୫ଟି ପରୀକ୍ଷା କେନ୍ଦ୍ର ପାଇଁ ୩୫ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସୂଚନା ଯୋଗ୍ୟ କି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ମହାବିଦ୍ୟାଳୟର ପିଲାଙ୍କ ସହ ଅବନ୍ତିକା କଲେଜ ବ୍ୟତୀତ ଅନ୍ୟ ଘରୋଇ କଲେଜର ପିଲା ମିଶି ସମୁଦାୟ ୯୮୭ ଜଣ ପିଲା ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲାରେ +୨ କଳାରେ ୮୦୬୨, ବିଜ୍ଞାନରେ ୨୮୭୯, ବାଣିଜ୍ୟରେ ୧୨୭୯ ସମୁଦାୟ ୧୨,୨୨୦ ଜଣ ପିଲା ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User