କଳା ଓ କଳାକାର ସୃଷ୍ଟିର ଦୃଷ୍ଟିକୁ କରିଥାଏ ଆକର୍ଷିତ
ବାସୁଦେବପୁର (RNI) : ସୃଷ୍ଟିର ଦୃଷ୍ଟିକୁ ଆକର୍ଷିତ କରିଥାଏ କଳାକାର । ନିଜର ନିଖୁଣ କଳାକାରିଗରୀ ଯୋଗାଇଥାଏ ମନୋରଞ୍ଜନର ଖୋରାକ । ବଦଳରେ କଳାକାରଜଣକ ନିନ୍ଦା ପ୍ରଶଂସାକୁ ପାଥେୟ କରି ଜୀବନ ଅତିବାହୀତ କରିବାରେ ନିଜକୁ ହଜାଇ ଦେଇଥାଏ । କେବେ ଦଃୁଖ କେବେ ସୁଖ ତାପାଇଁ କିଛି ଫରକ ପଡେନି । କଳା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥାଏ ବୋଲି ଆଜିର ‘ହଂସଧ୍ୱନୀ’ ଉତ୍ସବରେ ଅତିଥିମାନେ ମତପୋଷଣ କରିଛନ୍ତି । ମନ୍ମଥକୁମାର ଅଗସ୍ତିଙ୍କ ସଭାପତିତ୍ୱରେ ସିଦ୍ଧେଶ୍ୱର ସାହିତ୍ୟ ସଂସ୍କୃତି ପରିଷଦର ଚତୁର୍ଥ ବାର୍ଷିକ ସାରସ୍ୱତ ସମାରୋହରେ ପଦ୍ମଶ୍ରୀ ଅରୁଣା ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସୁଦର୍ଶନ ଅଗସ୍ତି. ‘ବାଇଚଢେଇ’ର ସଂପାଦକ ବିକାଶକୁମାର ଶତପଥୀ, ଦେବକୀନନ୍ଦନ ଚୈାଧୂରୀ, ଛଉନୃତ୍ୟର ଗବେଷକ ତଥା ନୃତ୍ୟଶିଳ୍ପୀ ଶୁଭଶ୍ରୀ ମୁଖାର୍ଜୀପ୍ରମୁଖ ଅତିଥି ଭାବରେ ଯୋଗଦେଇ ନିଜ ନିଜର ମତପୋଷଣ କରିଥିଲେ । ଇଂ ଶୀନିବାସ ଖଟୁଆରୀଙ୍କ ସଂଯୋଜନାରେ ଆୟୋଜିତ ସାରସ୍ୱତ ସମାରୋହରେ ସଂପାଦକ ସମୀରକୁମାର ପାଣିଗ୍ରାହୀ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ମହାନ୍ତିଙ୍କୁ ଧୃବ ସମ୍ମାନରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍କୃତି ପରିଷଦର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରିଥାଏ ଆକର୍ଷିତ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0

