କଷିଆ ଥାନାର ନୂତନ ଗୃହ ଉଦଘାଟନ

Thursday, March 14, 2024 - 19:50
Updated: 3 years ago
0
କଷିଆ ଥାନାର ନୂତନ ଗୃହ ଉଦଘାଟନ

ବାସୁଦେବପୁର (RNI) : ବାସୁଦେବପୁର ତହସିଲ ଅଧିନ କଷିଆ ସାମୁଦ୍ରିକ ଥାନାର ନୂତନ ଗୃହ ଉଦଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ବିଷ୍ନୁବ୍ରତ ରାଉତରାୟ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ରପ୍ରସାଦ ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ,ବାସୁଦେବପୁର ପୈାରାଧ୍ୟକ୍ଷା ନିବେଦିତା ବେହେରା,ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଦାସପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଥାନାଧିକାରିଣୀ ସାବିତ୍ରୀ ପଣ୍ଡାଙ୍କ ସଂଯୋଜନାରେ ସ୍ଥାନୀୟ ଜନପ୍ରତିନିଧୀମାନଙ୍କ ସହ ଜନସାଧାରଣ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । 
                 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User